ଗଂଜାମ– ବ୍ରହ୍ମପୁର ବ୍ରଜନଗର ତୃତୀୟ ଲେନ୍ ରେ ୧୧ କେଭି ବିଦ୍ଯୁତ ଲାଇନ୍ ତଳେ ବେଆଇନ ଭାବେ କେତେକ ବ୍ୟକ୍ତି ରାଧାକୃଷ୍ଣ ମନ୍ଦିର ନିର୍ମାଣ କରିବା ସାଂଗକୁ ମନ୍ଦିରକୁ ଲାଗି ବିଦ୍ଯୁତ ଲାଇନ୍ ତଳେ ପୁଣିଭଡା ଦେବାପାଇଁ ତିନୋଟି ପକ୍କା ଗୃହ(ଦୋକାନ ) ବେଆଇନ୍ ଭାବେ ନିର୍ମାଣ କରୁଥିବା ବେଳେ ବିଦ୍ଯୁତ ବିଭାଗ ପକ୍ଷରୁ ଏହା ଉପରେ ରୋକ୍ ଲଗାଯାଇନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଯଦି କୌଣସି ବିଦ୍ଯୁତ ଦୁର୍ଘଟଣା ଘଟେ ବିଦ୍ଯୁତ ବିଭାଗ ଦାୟୀ ରହିବ ତ ? ତୁରନ୍ତ ବିଦ୍ଯୁତ ବିଭାଗ ଘଟଣାର ତଦନ୍ତ କରିବା ସହ ଏହି ବିଦ୍ଯୁତ ଲାଇନ ତଳେ ବ୍ଯବସାୟୀକ ଲାଭ ଦୃଷ୍ଟିରୁ ମନ୍ଦିର ଓ ଦୋକାନ ଗୃହ ନିର୍ମାଣ କରିଥିବା ବ୍ଯକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
November 27, 2024
November 27, 2024