
ସମ୍ବଲପୁର, ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଚଂଳରେ ଡ୍ରୋନ୍ ଉଡିବା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ୍ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେମନ୍ତ ପାଣ୍ଡେ । ସୁରକ୍ଷା ଦାୟିତ୍ଵ ନେଇ ଓଆଇଏସଏଫ କମାଣ୍ଡାଂଟଙ୍କୁ ଚିଠି ଲେଖାଯିବ ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉକି, ହୀରାକୁଦ ଜଳଭଣ୍ଡାରରେ ଆଜି ଗେଟ୍ ଖୋଲାଯାଇଥିବା ସମୟରେ ଡ୍ରୋନ ଉଡାଇଥିଲେ ବ୍ଲଗର । ବ୍ଲଗର଼ ଡ୍ରୋନ ଉଡାଇବା ସହ ଏହାର ଭିଡ଼ିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଡ୍ୟାମ ଉପର ଭିଜୁଆଲ, ସ୍ପିଲ ୱେ ଭିଜୁଆଲ ଓ ଡ୍ୟାମ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ ଉଡାଯାଇଥିଲା । ମିଷ୍ଟର ଓଡିଆ ବ୍ଲଗର ନାମକ ଜଣେ ବ୍ୟକ୍ତି ଏହି ଡ୍ରୋନ ଉଡାଇଥିବା ଜଣାପଡିଛି । ଯେତେବେଳେକି ନିଷିଦ୍ଧାଂଚଳ ବୋଲି ଗଣମାଧ୍ୟମକୁ ୪ ବର୍ଷ ହେବ ସ୍ପିଲ ୱେ ଅଂଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଚଂଳରେ କିପରି ଜଣେ ବ୍ଲଗର ଡ୍ରୋନ୍ ଉଡାଇ ପାରିଲେ ତାହା ଏବେ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।