
ଭୁବନେଶ୍ୱର, ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୪୮ ହାଜତ ମୃତ୍ୟୁ ହୋଇଛି ।କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ଲିଖିତ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉତର ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୪ରେ ୨ ଜଣଙ୍କର ହାଜତ ମୃତ୍ୟୁ ହୋଇଥିବା ବେଳେ ୨୦୧୫ – ୮ ଜଣ, ୨୦୧୬ – ୪ ଜଣ, ୨୦୧୭ – ୩ ଜଣ,୨୦୧୮ – ୩ ଜଣ , ୨୦୧୯ – ୭ ଜଣ, ୨୦୨୦ – ୭ ଜଣ, ୨୦୨୧ – ୫ ଜଣ, ୨୦୨୨ – ୫ ଜଣ ଏବଂ ୨୦୨୩ ରେ ୪ ଜଣ ଙ୍କ ର ହାଜତରେ ମୃତ୍ୟୁ ହୋଇଛି ।