ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡଧରଣର ପରିବର୍ତ୍ତନ କରି ଅନେକ ରାଜ୍ୟର ରାଜ୍ୟପାଳକୁ ପରିବର୍ତ୍ତନ କରିଛନ୍ତି । ରାଷ୍ଟ୍ରପତି ପୁଡୁଚେରୀ ଓ ଚଣ୍ଡିଗଡର ଉପରାଜ୍ୟପାଳଙ୍କ ସହିତ ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ଝାରଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର ଓ ମଣିପୁରର ରାଜ୍ୟପାଳ ପରିବର୍ତ୍ତନ କରିଛନ୍ତି । ଏହାସହିତ ରାଷ୍ଟ୍ରପତି ପଂଜାବର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଂଚଳ ଚଣ୍ଡିଗଡର ପ୍ରଶାସକ ଭାବେ ବନୱାରୀଲାଲ ପୁରୋହିତଙ୍କ ଇସ୍ତଫା ବି ସ୍ୱୀକାର କରିଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, କେ.କୈଳାସନାଥମଙ୍କୁ ତାଙ୍କ କାର୍ଯ୍ୟାଳୟର କାର୍ଯ୍ୟଭାର ସମ୍ଭାଳିବାର ତାରିଖରୁ ପୁଡୁଚେରୀର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି । ହରିଭାଓ କିସନରାଓ ବଗାଡେଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଓମ୍ ପ୍ରକାଶ ମାଥୁର ସିକ୍କିମ ଓ ସନ୍ତୋଷ କୁମାର ଗଂଗୱାର ଝାରଖଣ୍ଡର ନୂଆ ରାଜ୍ୟପାଳ ହେବେ ।ରମେନ ଡେକାଙ୍କୁ ଛତିଶଗଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସି.ଏଚ ବିଜୟଶଙ୍କର ମେଘାଳୟଙ୍କ ରାଜ୍ୟପାଳ ହେବେ । ଝାରଖଣ୍ଡର ରାଜ୍ୟପାଳଙ୍କ ସହିତ ତେଲେଙ୍ଗାନାର ଅତିରିକ୍ତ ପ୍ରଭାର ଦାୟିତ୍ୱ ତୁଲାଉଥିବା ସିପି ରାଧାକୃଷ୍ଣନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଆସାମର ରାଜ୍ୟପାଳ ଗୁଲାବ ଚନ୍ଦ କଟାରିୟାଙ୍କୁ ପଂଜାବର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛଇ ଏବଂ ତାଙ୍କୁ ଚଣ୍ଡିଗଡ କେନ୍ଦ୍ରଶାସିତ ଅଂଚଳର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ସିକ୍କିମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ନିଯୁକ୍ତ କରାଯାଇଛି ଏବଂ ତାଙ୍କୁ ମଣିପୁରର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ବି ଦିଆଯାଇଛି ।
Related Stories
November 21, 2024