କୋଲକାତା– ଭାରତ-ବାଂଲାଦେଶ ସୀମାରେ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ସୀମା ସୁରକ୍ଷା ବଳ ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି । ଅଧିକାରୀମାନେ ରବିବାର ସକାଳେ କହିଛନ୍ତି ଯେ, ଶନିବାର ରାତି ପ୍ରାୟ 2.40 ମିନିଟ ସମୟରେ ରଂଗହଟ ସୀମା ଚୌକୀ ଅନ୍ତର୍ଗତ ଏହି ଘଟଣା ଘଟିଛି । ଏହାପରେ ବର୍ଡର ଗାର୍ଡସ ବାଂଲାଦେଶ ସହିତ ଔପଚାରିକ ବୈଠକରେ ଏହି ସଂପର୍କରେ ବିରୋଧ କରାଯାଇଛି । ବିଏସଏଫ, ଦକ୍ଷିଣ ବଙ୍ଗ ଫ୍ରଂଟିୟରର ଡେପୁଟି ଇନସପେକ୍ଟର ଜେନେରାଲ ଓ ପ୍ରବକ୍ତା ଏ.କେ ଆର୍ଯ୍ୟ କହିଛନ୍ତି ଯେ, 68ତମ ବାଟାଲିୟନର ଜଣେ ଯବାନ କୋଡାଲିୟା ନଦୀ ସେପଟେ ଗତିବିଧି ଦେଖିଥିଲେ, ଯାହାକି ଦୁଇ ଦେଶ ମଧ୍ୟରେ ଏକ ପ୍ରାକୃତିକ ସୀମା ଅଟେ । ପ୍ରାୟ 10ଜଣ ବାଂଲାଦେଶୀ ଏକ କଦଳୀ ବଗିଚା ଦେଇ ଭାରତରେ ପ୍ରବେଶ କରୁଥିଲେ । ଯବାନମାନେ ସେମାନଙ୍କୁ ଚେତାବନୀ ଦେବା ସହ ପଛକୁ ହଟିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେମାନେ ଆକ୍ରମଣ କରି ଆଗକୁ ବଢିଥିଲେ । ଏହାପରେ ଯବାନମାନେ ତାଙ୍କ ଉପରକୁ ଗୁଳି ଚଳାଇବା ପରେ ସେମାନେ ପଳାଇଥିଲେ ।