କାଠମାଣ୍ଡୁ– ନେପାଳରେ ଦୁଇଟି ବସ ନଦୀକୁ ଖସିବାର 17ଦିନ ପରେ ବି କୌଣସି ସୁରାକ ମିଳିନାହିଁ । ଗତ ସପ୍ତାହରେ ସେହି ବସରେ ଥିବା କୌଣସି ବି ଯାତ୍ରୀଙ୍କ ମୃତଦେହ ଜବତ ହୋଇପାରିନାହିଁ । ଏହାରି ଭିତରେ ବସକୁ ଖୋଜିବା ପାଇଁ ବ୍ୟବହାର କରାଯାଇଥିବା 20 କିଲୋଗ୍ରାମର ଚୁମ୍ବକ ବି ନଦୀରେ ହଜିଯାଇଛି । ଏହି ସବୁକୁ ଦେଖି ପ୍ରଶାସନ ରବିବାରଠାରୁ ତଲାସୀ ଅଭିଯାନକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି । ଏହାସହିତ ରେସକ୍ୟୁ ପାଇଁ ଭାରତରୁ ଡକାଯାଇଥିବା ଏନଡିଆରଏଫ ଟିମ ବି ଆଜି ଫେରିଆସିଛି । ଏଠାରେ ସୂଚନାଯୋଗ୍ୟ, ଜୁଲାଇ 12 ସକାଳେ କାଠମାଣ୍ଡୁରୁ ଯାଉଥିବା ଏକ ଯାତ୍ରୀବାହୀ ବସ ଓ ବୀରଗଂଜରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ବସ ଗୋଟିଏ ସ୍ଥାନରେ ଭୂସ୍ଖଳନରେ ଫସିବା କାରଣରୁ ଚିତବନ ଜିଲ୍ଲାର ସିମଲତାଲ ନିକଟରେ ତ୍ରିଶୂଳୀ ନଦୀକୁ ଖସିପଡିଥିଲା ।