ମୁମ୍ବାଇ– କୋହ୍ଲାପୁର ଜିଲ୍ଲାର ଅନେକ ସହରରେ ବନ୍ୟା ପାଣି ପ୍ରବେଶ କରିବା କାରଣରୁ ଏଠାରେ ବିଗିଡିବାରେ ଲାଗିଛି । ପଂଚଗଙ୍ଗା ନଦୀର ଜଳସ୍ତର ବିପଦସଙ୍କେତ 43 ଫୁଟରୁ ବୃଦ୍ଧି ପାଇଁ 47.8 ଫୁଟରେ ପହଂଚିଛି । 40ରୁ ଅଧିକ ରାସ୍ତା ବନ୍ଦ କରିଦିଆଯାଇଛି, ଫଳରେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପ୍ରଭାବିତ ସ୍ଥାନରେ ଫସିଥିବା 34ଜଣ ଲୋକଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରିଛି । ସେହିପରି 7ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନଡିଆରଏଫର ଦୁଇଟି ଟିମ ଓ ଫାୟାର ବ୍ରିଗେଡର ଯବାନ ବନ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।