ଭୁବନେଶ୍ୱର– ଆଜି ମନ୍ କି ବାତ୍’ରେ ସମ୍ବଲପୁର ଶାଢ଼ି କଥା କହି ବୁଣାକାରଙ୍କୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ହ୍ୟାଣ୍ଡେଲରେ ଟ୍ୱିଟ କରି ପୁଣିଥରେ ପିଏମ ମୋଦି ଓଡ଼ିଶାକୁ ସମ୍ମାନିତ କରିଥିବା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ସମେତ ସମଗ୍ର ଭାରତବର୍ଷର କାରିଗରମାନେ ନିଜର ପ୍ରତିଭା ମାଧ୍ୟମରେ ଆମର ହସ୍ତତନ୍ତ ସାମଗ୍ରୀକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ଆଜି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ଭାବରେ ସମ୍ବଲପୁରୀ ହସ୍ତତନ୍ତ ଉପରେ ଆଲୋକପାତ କରି ବୁଣାକାର ଓ କାରିଗରଙ୍କୁ ସମ୍ମାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଆମର ପାରମ୍ପରିକ କଳା ଓ ସାମଗ୍ରୀକୁ ଅଧିକ ପ୍ରଚାର ପ୍ରଚାର କରିବା ପାଇଁ ପ୍ରେରିତ କରିବ । ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ସମସ୍ତେ ମାଇ ପ୍ରଡକ୍ଟ ମାଇ ପ୍ରାଇଡ ନାମରେ ଆଞ୍ଚଳିକ ସାମଗ୍ରୀକୁ ଆହୁରି ଲୋକପ୍ରିୟ କରିବା ।