
ଭୁବନେଶ୍ୱର– ବିଶ୍ଵ ହେପାଟାଇଟିସ ଦିବସରେ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, “ବିଶ୍ଵ ହେପାଟାଇଟିସ ଦିବସ” ଅବସରରେ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଏବଂ ସଚେତନତା ସୃଷ୍ଟି କରି ହେପାଟାଇଟିସ ରୋଗର ମୂଳୋତ୍ପାଟନ କରିବା। ନବଜାତ ଶିଶୁଙ୍କୁ ଜନ୍ମର ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ ଟିକାକରଣ ସୁନିଶ୍ଚିତ କରିବା। ଏକ ସୁସ୍ଥ ନିରାମୟ ଜୀବନ ପାଇଁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା।