
ଭୁବନେଶ୍ୱର– ମନ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରୀ ଶାଢୀର ପ୍ରଶଂସା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ୍ କି ବାତ୍’ରେ ଓଡ଼ିଶାର ଗର୍ବ ସମ୍ବଲପୁରୀ ଶାଢ଼ିର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜଣାଉଛି। ଏହି ପ୍ରୟାସ ଓଡ଼ିଶା ତଥା ଦେଶର ସମସ୍ତ ହସ୍ତତନ୍ତର ପ୍ରଚାର ପ୍ରସାର ସହ ସ୍ଥାନୀୟ ବୁଣାକାରଙ୍କ ସର୍ବାଙ୍ଗୀନ ବିକାଶରେ ନିଶ୍ଚୟ ସହାୟକ ହେବ।