
ଭୁବନେଶ୍ୱର– ପୁରୁଷ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ୟାରିସ୍ ଅଲିମ୍ପିକ୍ସରେ ନିଉଜିଲାଣ୍ଡକୁ ପୁଲ-ବି ମ୍ୟାଚରେ ୩ -୨ ଗୋଲରେ ପରାସ୍ତ କରି ବିଜୟ ଯାତ୍ରା ଆରମ୍ଭ କରିଥିବା ପୁରୁଷ ଭାରତୀୟ ହକି ଦଳକୁ ଆନ୍ତରିକ ଶୁଭକାମନା ଜଣାଉଛି। ସେମାନଙ୍କ ବିଜୟ ଯାତ୍ରା ଏମିତି ଜାରି ରହୁ ଏବଂ ଅଧିକରୁ ଅଧିକ ମ୍ୟାଚ ଜିତି ଦେଶପାଇଁ ଗୌରବ ଆଣନ୍ତୁ।