ଭୁବନେଶ୍ୱର– ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ଏସ୍ଆରସି । ସେ କହିଛନ୍ତି ଯେ ୩୦ ତାରିଖ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢ଼େ ୪ ଲକ୍ଷ କ୍ୟୁସେକ୍ ପ୍ରବେଶ କରିବ । ୯ ଜିଲ୍ଲାକୁ ଏସ୍ଆରସିଙ୍କ ତରଫରୁ ସତର୍କ ରହିବାକୁ କୁହାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ । ମହାନଦୀର ତଳିଆ ଅଂଚଳ ଲୋକଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି । ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଅତିରିକ୍ତ ଏସଆରସି ।
Related Stories
November 22, 2024