ଭୁବନେଶ୍ୱର– ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ପ୍ରାଥମିକ ଯାଂଚ ସରିଛି । ଖୁବଶୀଘ୍ର ମରାମତି କାମ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସଂଶୋଧନ ନେଇ ସରକାର ନିଷ୍ପତି ନେଇ ସାରିଛନ୍ତି । ନୀତିରେ ଯେପରି ଅସୁବିଧା ନହୁଏ ପ୍ରାଥମିକତା ଦିଆଯାଉଛି । ଯାଂଚ ଓ ଆକଳନ ହୋଇଛି, କେବଳ କାମ ଆରମ୍ଭ ହେବ । ସେହିପରି ଚାବି ନାଁରେ ହୋଇଥିବା ଷଡଯନ୍ତ୍ରର ଖୁଲାସା ହେବ । ଯେଉଁମାନେ ଏଭଳି ଚଂଚକତା କରିଛନ୍ତି ତାଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।
Related Stories
November 22, 2024