-
୧୪ ଟି ଗେଟ୍ ଖୋଲିଲା
ଭୁବନେଶ୍ୱର– ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ । ବର୍ତମାନ ହୀରାକୁଦର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ରବିବାର ସକାଳେ ୭ ଟି ଗେଟ୍ ଖୋଲାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭ ଗେଟ୍ ଖୋଲାଯାଇଛି । ୩ୟ ପର୍ଯ୍ୟାୟରେ ଆଉ ୬ଟି ଗେଟ୍ ଖୋଲାଯିବ । ଆଜି ମୋଟ୍ ୨୦ଟି ଗେଟ୍ ଖୋଲିବାକୁ ନିଷ୍ପତି ନେଇଛନ୍ତି ହୀରାକୁଦ କର୍ତୃପକ୍ଷ ।
ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍ ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା । ପରେ ଆଉ ୬ଟି ଗେଟ୍ ଖୋଲା ଯାଇଥିଲା ।