ସମ୍ବଲପୁର– ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହିରାକୁଦ ଜଳଭଣ୍ଡାରରୁ ଛଡାଯାଇଛି । ଆଜି ଦିନ ୧୨ଟା ସୁଦ୍ଧା ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ସକାଳେ ୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନ ସୁଦ୍ଧା ଆଉ ୭ଟି ଏହିପରି ମୋଟ୍ ୧୪ଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ଵ ୧୦ଟି ଓ ଡାହାଣ ପାର୍ଶ୍ଵ ୪ଟି)ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି ।
ଜଳଭଣ୍ଡର ମଧ୍ୟକୁ ପ୍ରତି ସେକେଣ୍ଡରେ ୨, ୫୬, ୧୦୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୪ଟି ସ୍ଲୁଇସ୍ ଗେଟ୍, ବିଭିନ୍ନ ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୨ ହଜାର ୮୦୦ କ୍ୟୁସେକ ଜଳ ମହାନଦୀକୁ ନିଷ୍କାସନ କରାଯାଉଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୭.୭୫ ଫୁଟ୍ ରହିଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।