ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୭୫.୩ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୮ ପ୍ରତିଶତ କମ୍ ରହିଛି ।
ଏହି ସମୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ଏଠାରେ ୧୦୦୪.୩ ମି.ମି. ବର୍ଷା ହୋଇଛି । ସେହିପରି ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନୂଆପଡ଼ା, ସୋନପୁର, ବୌଦ୍ଧ । ଏହି ସମୟ ମଧ୍ୟରେ କୋରାପୁଟରେ ୭୬୨ ମି.ମି., ନୂଆପଡ଼ାରେ ୬୩୩.୪ ମି.ମି., ବୌଦ୍ଧରେ ୫୮୯ ମି.ମି. ଏବଂ ସୋନପୁରରେ ୬୩୫.୨ ମି.ମି. ବର୍ଷା ହୋଇଛି ।୧୪ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି । ଏବଂ ଅନ୍ୟ ୧୧ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।