ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ରଣପୁରରେ ସର୍ବାଧିକ ୧୧୨.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନବରଙ୍ଗପୁର ଜିଲ୍ଲାର ରାଇଘରରେ ୧୧୦.୦ ମି.ମି., କଳାହାଣ୍ଡି ଜିଲ୍ଲାର କୋକସରାରେ ୮୦.୦, ବରଗଡ଼ ଜିଲ୍ଲାର ଭଟଲିରେ ୭୫.୦, ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୭୫.୦, ଚନ୍ଦାହାଣ୍ଡିରେ ୭୫.୦, ନୂଆପଡ଼ା ଜିଲ୍ଲାର ନୂଆପଡ଼ାରେ ୬୩.୮, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୬୨.୨, ଧର୍ମଗଡ଼ରେ ୫୪.୨, ଥୁଆମୁଳ ରାମପୁରରେ ୫୦.୦, ଜୁନାଗଡ଼ରେ ୪୯.୬, ମାଲକାନଗିରି ଜିଲ୍ଲାର ମାଥିଲିରେ ୪୯.୦, କୋରାପୁଟ ଜିଲ୍ଲାର ଲମତାପୁଟରେ ୪୮.୦ ଏବଂ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୪୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024