
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସଂସ୍କୃତ ଭାଷାକୁ ନେଇ ସର୍ବ ଭାରତୀୟ ସ୍ତରରେ ହେଉଥିବା ବିବିଧ ପ୍ରକାର ପ୍ରତିଯୋଗିତାରେ ଅଧ୍ୟାୟୀ ମାନଙ୍କୁ ପାରଙ୍ଗମ କରିବାକୁ ନେଇ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରରେ ବାଣୀ ବିଳାସ ପରିଷଦ ଦ୍ବାରା ଶାସ୍ତ୍ରାର୍ଥ ଭାଷଣାଦି-ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଶ୍ରୀନିବାସ ବରଖେଡୀଙ୍କ ପୃଷ୍ଠପୋଷକ ଏବଂ ଶ୍ରୀ ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ବନମାଳୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ସଦାଶିବ ପରିସରର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହରେକୃଷ୍ଣ ମହାପାତ୍ର ଏବଂ ମୁଖ୍ୟ ବକ୍ତା ରୂପେ ଶ୍ରୀ ସଦାଶିବ ପରିସରର ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ପ୍ରଫେସର୍ ସୁର୍ଯ୍ୟମଣି ରଥ ଉପସ୍ଥିତ ହୋଇ ସଂସ୍କୃତ ଭାଷାରେ ଦକ୍ଷତା ବୃଦ୍ଧି ନିମିତ୍ତ ଛାତ୍ର ଛାତ୍ରୀଙ୍କୁ ମାର୍ଗ ପ୍ରଦର୍ଶନ କରିଥିଲେ | ଏହି ଅବସରରେ ବାର୍ଷିକ ସ୍ମରଣିକା ପୌର୍ଣମାସୀ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା | ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର୍ ସୁଶାନ୍ତ କୁମାର ରାଜ ଥିବାବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପରିସରର ଅଧ୍ୟାପକ ଡକ୍ଟର ସୁବ୍ରତ କୁମାର ଷଡ଼ଙ୍ଗୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ଗଣପତି ଶୁକ୍ଳା । ଏଥିରେ ପରିସରର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ |