
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ ପେଡ୍ ମା କେ ନାମ’ ଅଭିଯାନକୁ ଆଗକୁ ବଢାଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶନିବାର ଯମୁନା ନଦୀ କୂଳରେ ଏକ ବୃକ୍ଷରୋପଣ କରିଛନ୍ତି । ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ବୃକ୍ଷରୋପଣଣ ଫଟୋ ଏକ୍ସରେ ସେୟାର କରାଯାଇ କୁହାଯାଇଛି ଯେ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ନୂଆଦିଲ୍ଲୀରେ ଯମୁନା ନଦୀ କୂଳରେ ଥିବା ପାରିସ୍ଥିତିକ ସ୍ଥଳ, ଅସୀତାରେ ନିଜ ମାତା କେଶରୀ ଦେବୀଙ୍କ ସମ୍ମାନରେ ଏକ ବୃକ୍ଷରୋପଣ କରିଛନ୍ତି । ଉପରାଷ୍ଟ୍ରପତି ଧନଖଡଙ୍କ ପତ୍ନୀ ଡ.ସୁଦେଶ ଧନଖଡ ବି ନିଜ ମାଆ ଭଗବତୀ ଦେବୀଙ୍କ ସମ୍ମାନରେ ଏକ ବୃକ୍ଷରୋପଣ କରିଥିଲେ ।