
କୋଲକାତା– ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଭାଗ ନେବା ନିଷ୍ପତ୍ତିକୁ ନେଇ ରାଜ୍ୟରା ସିପିଆଇଏମ ଓ କଂଗ୍ରେସ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ସିପିଆଇଏମର ରାଜ୍ୟସଭା ସଦସ୍ୟ ଓ କୋଲକାତା ହାଇକୋର୍ଟର ବରିଷ୍ଠ ଅଧିବକ୍ତା ବିକାଶ ରଂଜନ ଭଟ୍ଟାଚାର୍ଜ କହିଛନ୍ତି ଯେ, ଏହା ପୁଣି ଥରେ ପ୍ରମାଣିତ କରିଛି ଯେ, ତୃଣମୂଳ କଂଗ୍ରେସ ବିଜେପିର ଗୁପ୍ତ ଏଜେଣ୍ଟ । ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଥିବା ବେଳେ ମମତା ବାନାର୍ଜୀ ଅପବାଦ ଭାବେ ସାମ୍ନାକୁ ଆସିଛନ୍ତି । ଅତୀତରେ ବି ସେ ବିଜେପି ପ୍ରତି ନିଜ ଦୁର୍ବଳତା ଜାହିର କରିଛନ୍ତି । ପୂର୍ବରୁ ସେ ବିଜେପିକୁ ନିଜର ସ୍ୱାଭାବିକ ସହଯୋଗୀ ବୋଲି କହିଥିଲେ । ଏଥିପାଇଁ ଏହା ତାଙ୍କ ପାଇଁ କୌଣସି ନୂଆକଥା ନୁହେଁ । ରାଜ୍ୟ କଂଗ୍ରେସ ନେତା ମନୋଜ ଭଟ୍ଟାଚାର୍ଯ୍ୟ ବି ସିପିଆଇଏମ ନେତାଙ୍କ କଥାକୁ ସମର୍ଥନ କରି କହିଛନ୍ତି ଯେ, ବିରୋଧୀ ଇଂଡି ମେଂଟର ଗଠନ ପରଠାରୁ ତୃଣମୂଳ କଂଗ୍ରେସ ଯେଉଁଥିରେ ବି ଔପଚାରିକ ଭାବେ ସାମିଲ ହୋଇଛି ବାନାର୍ଜୀ ସେଠାରେ ବିଭାଜନ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ସେ ଏହାସବୁ ବିଜେପିକୁ ପରୋକ୍ଷ ଭାବେ ଲାଭ ପହଂଚାଇବା ପାଇଁ କରୁଛନ୍ତି ।