-
ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ : ମନ୍ତ୍ରୀ
ର୍ଭୁବନେଶ୍ୱର- ସମଗ୍ର ଦେଶରେ ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ, ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିବେ ଏବଂ ସମାଜରେ ଆତ୍ମସମ୍ମାନର ସହ ଜୀବନ ବଂଚିବେ ସେଥିପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ମହିଳାମାନଙ୍କ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ସେମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ସହ ବ୍ୟାଙ୍କ ଋଣ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି ।
ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିÂା ଦିବସରେ ମୁଖ୍ୟ ଅତିଥି ଭାବେ
ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ ମହିଳାମାନେ କିଭଳି ସୁରକ୍ଷିତ ରହିବେ, ସେମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେଥିପାଇଁ ରାଜ୍ୟରେ ଖୁବ୍ଶୀଘ୍ର ୪୫ଟି ନୂତନ କୋର୍ଟ ଖୋଲାଯିବ । ତନ୍ମଧ୍ୟରେ ନାବାଳିକାମାନଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡ଼ିକର ବି·ର ପାଇଁ ୨୪ଟି ପୋକ୍ସୋ କୋର୍ଟ ଅନ୍ତର୍ଭୁକ୍ତ । ଏହା ଦ୍ୱାରା ମାମଲାଗୁଡ଼ିକ ଅତିଶୀଘ୍ର ଫଏସଲା ହୋଇପାରିବ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
କହିଲେ, ରାଜ୍ୟର ମହିଳମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନ୍ତରିକ ଉଦ୍ୟମ କରିଆସୁଛି । ଆୟୋଗର ପ୍ରଚେଷ୍ଟା ହେତୁ ମହିଳାମାନଙ୍କ କ୍ଷେତ୍ରରେ ହେଉଥିବା ଅନେକ ଘଟଣାର ମହିଳାମାନେ ନ୍ୟାୟ ପାଇବାରେ ସଫଳ ହୋଇଛନ୍ତି । ମହିଳାମାନଙ୍କ ସାମ୍ବିଧାନିକ ତଥା ମାନବିକ ଅଧିକାରର ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ମହିଳା ଆୟୋଗର ଯଥେଷ୍ଟ ସୁନାମ ରହିଛି ।
ପ୍ରତିÂା ଦିବସରେ ଅଧ୍ୟକ୍ଷତା କରି ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା କହିଲେ, ମହିଳାମାନଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଆୟୋଗ ସର୍ବଦା ତତ୍ପରତା ପ୍ରକାଶ କରିଆସିଛନ୍ତି । ଆୟୋଗ ଅଧୀନରେ ପଂଜୀକୃତ ହୋଇଥିବା ୭୨୨୯୯ଟି କେଶ୍ ମଧ୍ୟରୁ ୬୨୩୦୩ଟି କେଶ୍ରର ସମାଧାନ ହୋଇଥିବାବେଳେ ୯୯୯୬ଟି କେଶ୍ର ଶୁଣାଣି ·ଲୁ ରହିଛି ।
ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜାତୀୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦ୍ରମୁଖୀ ଦେବୀ ନିର୍ଯାତିତା
ମହିଳାମାନଙ୍କୁ ଗୋଟିଏ ଛାତତଳେ ଆଇନ ପରାମର୍ଶ, ଡାକ୍ତରୀ ଚିକିତ୍ସା, ମାନସିକ ପରାମର୍ଶ ଯୋଗାଇଦେବା ନିମନ୍ତେ “ୱାନ୍ଷ୍ଟପ୍ ସେଂଟର-ସଖୀ’ ଏକ ସମୟୋପଯୋଗୀ ପରିକଳ୍ପନା । ଏହାର ପରି·ଳନା ଦିଗରେ ମାର୍ଗଦର୍ଶନ ନିମନ୍ତେ ଆୟୋଗ ଦ୍ୱାରା କର୍ମଶାଳା ଆୟେଜନର ସେ ପ୍ରଶଂସା କରିଥିଲେ । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଶ୍ରୀ ନିତ୍ୟାନନ୍ଦ ବାରିକ୍ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଥିବା ୱାନ୍ଷ୍ଟପ୍ ସେଂଟର ସୁପରି·ଳନା ସଂପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରେ ରାଜ୍ୟର ସମସ୍ତ ସଖୀ କେନ୍ଦ୍ରର ଉତମ ପରି·ଳନା ସମ୍ବନ୍ଧୀୟ ଏକ କର୍ମଶାଳା ଆୟୋଜନ ହୋଇଥିଲା । ଏହି କର୍ମଶାଳାରେ ଲକ୍ଷେ୍ନøରୁ ଆସିଥିବା ଅଭିଜ୍ଞ ସଖୀ ପରି·ଳିକା ଶ୍ରୀମତୀ ଅର୍ଚ୍ଚନା ସିଂ ସଖୀର ଉତମ ପରି·ଳନା ଓ କାର୍ଯ୍ୟକାରିତା ଉପରେ ଦିଗ୍ଦର୍ଶନ ଦେଇଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ୩୦ ଜିଲ୍ଲା ସଖୀ କେନ୍ଦ୍ରର ସମସ୍ତ ପରି·ରିକା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ, ଜିଲ୍ଲାର ଆଇନ ପ୍ରାଧିକରଣ କେନ୍ଦ୍ରର ସଦସ୍ୟସଦସ୍ୟାମାନେ ତଥା ମହିଳାମାନଙ୍କର ଅଧିକାର ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁÂାନର କର୍ମକର୍ତା ନିଗମ ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ କମିଶନ ଏବଂ ରାଜ୍ୟର ବିଭିନ୍ନ ବିଭାଗର ଉପଦେଷ୍ଟାମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଅଂଚଳରୁ ନିଜ ନିଜ କର୍ମକ୍ଷେତ୍ରରେ ସଫଳତା ହାସଲ କରିଥିବା ଅଗ୍ରଣୀ
ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମହିଳାମାନଙ୍କୁ ହିଂସାମୁକ୍ତ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳା ଆୟୋଗର ମୁଖପତ୍ର “ହସ ଫୁଟିଲା ଓ ପରିବାର ତିÂିଲା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଆୟୋଗର ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳି ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ସୁଶ୍ରୀ ଜଲିନା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।