
କୋଲକାତା– ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ବିଶ୍ୱନାଥ ଚୌଧୁରୀଙ୍କର ଶନିବାର ସକାଳ ପ୍ରାୟ 6.45 ମିନିଟ ସମୟରେ ଏସଏସକେଏମ ହସ୍ପିଟାଲରେ ବିୟୋଗ ହୋଇଛି । ସେ ଦୀର୍ଘ ସମୟରୁ କ୍ୟାନସରରେ ପୀଡିତ ଥିଲେ । ସେ ବାମପନ୍ଥୀ ଶାସନକାଳ ସମୟରେ ପ୍ରାୟ ଅଢେଇ ଦଶନ୍ଧି ଧରି ମନ୍ତ୍ରୀ ପଦ ସମ୍ଭାଳିଥିଲେ । ଲଗାତର ସାତ ଥର ଆରଏସପି ଟିକେଟରେ ବାଲୁରଘାଟରୁ ବିଧାୟକ ହୋଇଥିଲେ । ବାମଦଳର 34 ବର୍ଷ ଶାସନରେ ସେ 1987ରୁ 2011 ଯାଏ ରାଜ୍ୟର କାରା ଓ ସମାଜ କଲ୍ୟାଣବିଭାଗର ଦାୟିତ୍ୱ ନିଭାଇଥିଲେ ।