
ଜମ୍ମୁ, ଦକ୍ଷିଣ କଶ୍ମୀରର କୁପୱାଡା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟରେ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ଧରପକଡ ପାଇଁ କୁପୱାଡା ଜିଲ୍ଲାର ତ୍ରେହଗାମ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ ସୁରକ୍ଷାବଳ । ଏହାରି ଭିତରେ କୁମକଡି ପୋଷ୍ଟ ନିକଟରେ ଆତଙ୍କବାଦୀ ଗତିବିଧି ନଜର ଆସିଥିଲା । ସୁରକ୍ଷାବଳକୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି ।