
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବରିଷ୍ଠ ବିଜେପି ନେତା ତଥା ତାମିଲନାଡୁର ନୀଳଗିରି ଲୋକସଭା ନିର୍ବାଚନ ମଣ୍ଡଳରୁ ଦୁଇଥର ବିଜେପି ସାଂସଦ ଥିରୁ ମାଷ୍ଟର ମଥନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ପୂର୍ବତନ ସାଂସଦ ଥିରୁ ମାଷ୍ଟର ମଥନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସମାଜ ସେବା ଓ ଦଳିତ ପାଇଁ କାମ କରିବା ପାଇଁ ତାଙ୍କ ପ୍ରୟାସ ପାଇଁ ତାଙ୍କୁ ସବୁବେଳେ ସ୍ମରଣ କରାଯିବ । ସେ ତାମିଲନାଡୁରେ ଆମ ପାର୍ଟିକୁ ମଜବୁତ କରିବାରେ ବି ପ୍ରଶଂସନୀୟ ଭୂମିକା ନିଭାଇଛନ୍ତି । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ସମବେଦନା ।