ନୂଆଦିଲ୍ଲୀ- ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀମାନେ ପାଶୀ ପାଇବା ନିଶ୍ଚିତ ହୋଇଛି । ୪ ଦୋଷୀଙ୍କ ମଧ୍ୟରୁ ୨ ଜଣ ଫାଶୀ ଦଣ୍ଡରୁ ବର୍ତିବା ପାଇଁ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।ତେଣୁ ଦିଲ୍ଲୀର ପଟିଅ ।ଲା ହାଉସ କୋର୍ଟ ଜାରି କରିଥିବା ଡେଥ୍ ୱାରେଂଟ ଅନୁଯାୟୀ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ସେମାନଙ୍କୁ ଫାଶୀ ଖୁଂଟରେ ଝୁଲାଯିବ ।
ଫାଶୀରୁ ବର୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର ସୁପ୍ରିମ୍ କୋର୍ଟ ରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ହେଲେ ପବନ ଗୁପ୍ତା ଓ ଅକ୍ଷୟ ସିଂହ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି । ତେବେ ସମସ୍ତ ୪ ଦୋଷୀ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ହେଲେ ଏହାକୁ ପୂର୍ବରୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । କ୍ୟୁରେଟିଭ ପିଟିସନ ହେଉଛି ଜଣେ ଦୋଷୀର ଦଣ୍ଡରୁ ବଂଚିବା ପାଇଁ ଶେଷ ପ୍ରୟାସ । ଏହାକୁ ବି·ରପତି ଚ୍ୟାମ୍ବର ମଧ୍ୟରେ ହିଁ ବି·ର କରିଥାଆନ୍ତି । ଆଜି ଏହାକୁ ଖାରଜ କରିବା ବେଳେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଫାଶୀ ଝୁଲା ଯିବା ଦରକାର ବୋଲି କହିଛନ୍ତି ।
ଏହାପୂର୍ବରୁ ଫାଶୀ ଦଣ୍ଡ ପାଇଥିବା ଅକ୍ଷୟ ସିଂହ ମଧ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲା । ହେଲେ ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସେହିପରି ଗତବର୍ଷ ଜୁଲାଇ ୯ରେ ସୁପ୍ରିମକୋର୍ଟ ଅନ୍ୟ ୩ ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କରି ଫାଶୀଦଣ୍ଡକୁ କାଏମ ରଖିଥିଲେ ।
ଉଲ୍ଲେଖଯୋଗ୍ୟ ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ଗଣଦୁଷ୍କର୍ମ କରିବା ପରେ ତଳକୁ ଫୋପାଡ଼ି ଦେଇଥିଲେ । ଡିସେମ୍ବର ୨୯ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ୩ ବର୍ଷ ପରେ ନାବାଳକ ଜଣଙ୍କୁ ଜେଲରୁ ଖଲାସ କରାଯାଇଛି । ଅନ୍ୟ ୫ ଜଣଙ୍କ ମଧ୍ୟରୁ ରାମ ସିଂହ ଜେଲରେ ଅ ।ତ୍ମହତ୍ୟା କରିଥିଲା । ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନିୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି । ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି ।