
ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ଅଧ୍ୟକ୍ଷତା କରିବେ । ଏହି ବୈଠକ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ବସିବ । ବୈଠକରେ 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା ଉପରେ ଗୁରୁତ୍ୱ ଦିଆଯିବ । ବୈଠକର ଥିମ ‘ବିକଶିତ ଭାରତ @2047′ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ଅଧ୍ୟକ୍ଷ ଅଛନ୍ତି । ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ, ସଦସ୍ୟ ଓ ବିଶେଷ ନିମନ୍ତ୍ରିତ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଓ ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟ ସାମିଲ ହେବେ ।