
ଗଂଜାମ, ଗଂଜାମ ଜିଲାରେ କିଛି ମାସ ହେଲା ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ବର୍ତ୍ତମାନ ଆଳୁ ଦର ବୃଦ୍ଧି ଜନଜୀବନକୁ ବ୍ୟତିବସ୍ତ କରିଛି। ବ୍ରହ୍ମପୁର ସହରରେ ଆଳୁ କେଜି ପିଛା ଦର ୫୦ଟଂକାରେ ବିକ୍ରି ହେଉଥିବାବେଳେ ଗ୍ରାମାଞ୍ଚଳର ୫୫ରୁ୬୦ ଟଂକାରେ ବିକ୍ରି ହେଉଛି । ଅନେକ ଗରିବ ବ୍ୟକ୍ତି ଆଳୁ ଖାଇବାକୁ ପାଉନାହାନ୍ତି । ଆଳୁ ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।ରାଜ୍ୟରେ ଆଳୁର କଳାବଜାରି କରାଯାଉଥିବା ଅଭିଯୋଗ ହୋଇଛି ।