ଭୁବନେଶ୍ୱର– ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନ୍ ରେ ଅଗ୍ନିକାଣ୍ଡ ଘଟିଛି । ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପୁରୀ ଷ୍ଟେସନରେ ପହଂଚିବା ପୂର୍ବରୁ ରେଳ କର୍ମଚାରୀ ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ ବୈଷୟିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ସଠିକ୍ ସମୟରେ ନିଆଁ ଆୟତ ହୋଇଥିବାରୁ ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ ।
ସୂଚନା ଅନୁଯାୟୀ ମାଳତୀପାଟପୁର ଷ୍ଟେସନ ନିକଟରେ ନିଆଁ ଲାଗିଥିଲା । ଟ୍ରେନ ଚାଲୁଥିବା ସମୟରେ ଟ୍ରେନପଛ ପାଖ ଇଞ୍ଜିନରୁ ନିଆଁ ଓ ଧୂଆଁ ବାହାରୁଥିବା କିଛି ଲୋକ ଦେଖିଥିଲେ । ପୁରୀରେ ଟ୍ରେନ ପହଂଚିବା ପରେ ଯାତ୍ରୀ ମାନେ ଟ୍ରେନ୍ ରୁ ଓହ୍ଲାଇ ପଡିଥିଲେ ।