
ଜୟପୁର– ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କୋରାପୁଟ ଜିଲ୍ଲାର ଲମତାପୁଟରେ ମାଛକୁଣ୍ଡ-ଗୋଡିପୁଟ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି । ମାଟି ଅତଡ଼ା ଧସି ନନ୍ଦପୁରର ବାରଡା-ରୁକମା ରାସ୍ତା ବନ୍ଦ ରହିଛି । ଜୟପୁରରେ ୧୧ଟି, ଲକ୍ଷ୍ମୀପୁର ୧୦, ଯଶୋବନ୍ତପୁର ୫ଟି ଘର ବର୍ଷା ଯୋଗୁଁ ଭାଙ୍ଗିଥିବା ଜଣାପଡିଛି।