ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି ଯେ ୨୦୦୭ ମସିହାରୁ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ୧୫ଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ଦୁର୍ବିସହ ଅବସ୍ଥାରେ ଆଜକୁ ୧୩ ବର୍ଷ ହେଲା ବାହାରେ ରହୁଛନ୍ତି । ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ମାନବାଧିକାର କମିଶନ, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ପରେ ବିଭିନ୍ନ ସମୟରେ ରାଜ୍ୟ ମାନବାଧିକାର ଓ ଉଚ୍ଚ ନ୍ୟାୟାଳୟ ଗ୍ରାମରେ ଶାନ୍ତି ଫେରିବା ସହିତ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଗୁଡିକୁ ଗାଁରେ ପୁନଃ ଥଇଥାନ ପାଇଁ ନିଦେ୍ର୍ଧଶ ଦେଇଥିଲେ । ଉକ୍ତ ନିଦେ୍ର୍ଧଶକୁ ରାଜ୍ୟ ସରକାର ଅବମାନନା କରିଥିଲେ । ଶେଷରେ ଜାତୀୟ ମାନବାଧିକାର କମିଶନ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ କଙ୍ଗାରୁ କୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛି ସିଧାସଳଖ ଉତର ମାଗିଥିଲେ ।
ଅନ୍ୟପକ୍ଷରେ ରଣପୁରର ବିଧାୟକ ପ୍ରଶ୍ନରେ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ଦୁଇ ପରିବାର ଖଲିପାଟଣା ଗ୍ରାମରେ ରହୁଛନ୍ତି ବୋଲି ବିଧାନସଭାରେ ମତ ରଖିଥିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ । ୨୦୦୭ ମସିହାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିଦେ୍ର୍ଧଶ ପରେ ମାନବାଧିକାର କମିଶନଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏବଂ ନୟାଗଡ ମାନବାଧିକାର ସୁରକ୍ଷା ବିଭାଗର ତତ୍କାଳୀନ ଡି.ଏସ୍.ପି. ସିଧାସଳଖ ଭାବରେ ଗାଁରେ ଅଧିକାଂଶ ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ଏପରିକି କିଛି ପରିବାର ଗାଁ ଛାଡି ବାହାରେ ରହୁଛନ୍ତି ବୋଲି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଜିଲ୍ଲା ପ୍ରଶାସନ ମାଧ୍ୟମରେ ଗାଁରେ ଶାନ୍ତି କମିଟି ଗଠନ କରିବା ସହିତ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଗୁଡିକୁ ଗାଁରେ ପୁନଃ ଥଇଥାନ ପାଇଁ ସୁପାରିଶ କରିଥିଲେ । ଏହି ସୁପାରିଶକୁ ଆଜି ପର୍ଯ୍ୟନ୍ତ ସରକାର ଚାପି ରଖିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିନେଶ ଦାସ, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।