
ଘଟଗାଁ– କାଠ ମାଫିଆଙ୍କୁ ଧରିବାକୁ ପୋଲିସ ଓ ବନ ବିଭାଗ ହାଇଟେକ୍ ରଣନୀତି ଆପଣେଇଛି । କେନ୍ଦୁଝର ଜିଲ୍ଲାର ଘଟଗାଁରେ ସାନ୍ତରାପୁର ଗ୍ରାମରେ ଡ୍ରୋନ୍ ଉଡାଇ ଅପରେସନ୍ ରେ ବିପୁଳ ପରିମାଣର କାଠ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି । ପୋଲିସ ଓ ବନ ବିଭାଗର ଏହି ମିଳିତ ଅଭିଯାନରେ ୧୦ ପ୍ଲାଟୁନ ଫୋର୍ସ ସାମିଲ୍ ଥିଲେ ।