
ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲ୍ଲାର ନନ୍ଦପୁରରେ ସର୍ବାଧିକ ୧୩୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କୋରାପୁଟ ଜିଲ୍ଲାର ଜୟପୁରରେ ୧୨୯.୬, ଲମତାପୁଟରେ ୧୧୫.୦, ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୧୧୦.୩, ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୧୦୬.୦, ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୧୦୫.୦, କଳାହାଣ୍ଡି ଜିଲ୍ଲାର ଥୁଆୁଳ ରାମପୁରରେ ୧୦୫.୦, କୋରାପୁଟ ଜିଲ୍ଲାର କୋରାପୁଟରେ ୯୮.୨, ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ୯୭.୦ ମି.ମି., ମାଲକାନଗିରି ଜିଲ୍ଲାର ମାଥିଲିରେ ୯୦.୦, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୮୯.୦, ବହଳଦାରେ ୮୫.୬, ଯଶିପୁରରେ ୮୪.୦ ଏବଂ ସାରସକଣାରେ ୮୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।