ଭୋପାଳ– ବିଜେପିର ବରିଷ୍ଠ ନେତା ପ୍ରଭାତ ଝାଙ୍କ ବିୟୋଗ । ଗୁରୁବାର ସକାଳେ ତାଙ୍କ ବିୟୋଗ ହୋଇଛି । ସେ ମଧ୍ୟପ୍ରଦେଶର ଅଧ୍ୟକ୍ଷ ଓ ଦୀର୍ଘ ସମୟ ଧରି ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ । ତାଙ୍କୁ ସଙ୍ଗଠନ ପକ୍ଷରୁ ରାଜ୍ୟସଭା ସାଂସଦ ବି ଚୟନ କରାଯାଇଥିଲା । ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସକାଳ 5ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗ ଖବର ଶୁଣିବା ପରେ ପାର୍ଟିରେ ଶୋକର ଲହରୀ ଖେଳିଯାଇଛି । ମଧ୍ୟପ୍ରଦେଶ ବିଜେପିର ପ୍ରବକ୍ତା ହିତେଶ ବାଜପେୟୀ ତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ତାଙ୍କୁ ଜୁନ ଶେଷରେ ଭୋପାଳରୁ ଏୟାରଲିଫ୍ଟ କରି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।