-
ସର୍ବଜନ କଲ୍ୟାଣକାରୀ ବଜେଟ୍ ପାଇଁ ଅଭିନନ୍ଦନ ଜଣାଇଲେ
ଭୁବନେଶ୍ୱର, ବିଧାନସଭାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଏକ ଉତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହା ସହିତ ସାମ୍ବାଦିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏସବୁ ବିଷୟରେ ଅବଗତ ଅଛନ୍ତି । ସାମ୍ବାଦିକମାନଙ୍କର ଯାହା ସମସ୍ୟା ରହିଛି ସେସବୁ ସରକାର ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନେବେ ।