ଗଞ୍ଜାମ, ଗଂଜାମରେ ବ୍ୟାପିଲା ଝାଡାବାନ୍ତି । ଲଘୁଚାପ ଜନିତ ବର୍ଷା ପରେ ଗଂଜାମ ଜିଲାର ବିଭିନ୍ନ ପୁରପଲ୍ଲୀରେ ଝାଡାବାନ୍ତି ରୋଗ ବ୍ୟାପିଥିବା ଜଣାପଡ଼ିଛି । ବିଶେଷ କରି କୂଅପୋଖରୀ ନଈନାଳ ଦୂଷିତ ପାଣି ବ୍ୟବହାର କରି ଲୋକେ ଏହି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଶେରଗଡ ବ୍ଲକ ହରେକୃଷ୍ଣ ପୁର ଗ୍ରାମର ୧୦ରୁ ଉର୍ଦ୍ଧ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ଶେରଗଡ ସିଏଚସିରେ ଚିକିତ୍ସିତ ହୋଇଛନ୍ତି । ବୁଗୁଡା ବ୍ଲକ ରପୁରୁଣା ଦଦରାଖୋଲ ଗ୍ରାମରେ ୯ରୁଉର୍ଦ୍ଧ ବ୍ୟକ୍ତି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ବୁଗୁଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ସ୍ଥାନରେ ଜଳ ବିଶୋଧନ, ଚିକିତ୍ସା ଓଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।
Related Stories
November 24, 2024
November 24, 2024