ଭୁବନେଶ୍ୱର- ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଥିବା ମୁକ୍ତ ଲେଭଲ କ୍ରସିଂରେ ଗେଟ୍ କରିବା ପାଇଁ ରେଳବାଇ ବୋର୍ଡ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଜଣାଇଛି । ଗେଟ୍ ନଥିବାରୁ ଲେଭଲ କ୍ରସିଂରେ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି ଏବଂ ଧନ ଜୀବନ ନଷ୍ଟ ହେଉଛି । ଏହି ଚିଠି ଆମର ହସ୍ତଗତ ହୋଇଛି ବୋଲି ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଏହି ଗେଟ୍ କରିବାପାଇଁ ସମ୍ମତି ପ୍ରଦାନ କରିଛନ୍ତି । ରାଜ୍ୟର ୯୦ଟି ସ୍ଥାନରେ ଥିବା ଲେଭଲ କ୍ରସିଂରେ ଗେଟ୍ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।
Related Stories
November 24, 2024