ଭୁବନେଶ୍ୱର – ଗତକାଲି ପଶ୍ଚିମ ବଙ୍ଗରେ ଶିଳ୍ପର ବିକାଶ, ନିଯୁକ୍ତି ଓ ଶିକ୍ଷା ଦାବୀରେ ୧୨ଟି ଛାତ୍ର ସଙ୍ଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ମମତା ବାନାର୍ଜୀଙ୍କ ପୋଲିସ୍ ବାହିନୀ ବର୍ବର ଆକ୍ରମଣ କରିଥିଲା । ଏଥିରେ ଡି.ୱାଇ.ଏଫ୍.ଆଇ.ରାଜ୍ୟ ସମ୍ପାଦକ ସାୟାନଦୀପ ମିତ୍ର, ସଭାପତି ମୀନାକ୍ଷୀ ଓ ଏସ୍.ଏଫ୍.ଆଇ ର ରାଜ୍ୟ ସମ୍ପାଦକଙ୍କ ସମେତ ଶତାଧିକ ଯୁବଛାତ୍ର ଆହତ ହୋଇଛନ୍ତି ଏବଂ ଅନେକ ଡାକ୍ତରଖାନା ଗୁଡିକରେ ମରଣ ସହ ସଂଗ୍ରାମ କରୁଛନ୍ତି ।
ଏହାର ପ୍ରତିବାଦରେ ଡି.ୱାଇ.ଏଫ୍.ଆଇ. ଓ ଏସ୍.ଏଫ୍.ଆଇ ରାଜ୍ୟ କମିଟି ପକ୍ଷରୁ ଶନିବାର ଦିନ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଂଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ସଂଗଠନର ନେତୃତ୍ୱମାନେ ପଶ୍ଚିମବଙ୍ଗରେ ନିଯୁକ୍ତି ଶିକ୍ଷା ଅଧିକାର ପାଇଁ ଆନେ୍ଦାଳନ ରତ ଯୁବ ଛାତ୍ର ଉପରେ ଆକ୍ରମଣ କରି ଚପାଇ ଦେଇ ପାରିବେ ନାହିଁ ବୋଲି ଦାବୀ କରିଛନ୍ତି । ଆଜିର ଏହି ପ୍ରତିବାଦ କେବଳ ଭୁବନେଶ୍ୱରଠାରେ ନୁହେଁ ସମଗ୍ର ଦେଶରେ ଏହା ବିରୁଦ୍ଧରେ ବିକ୍ଷୋଭ ଆନେ୍ଦାଳନ ଜାରୀ ରହିବା ସହିତ, ଆଗାମୀ ଦିନରେ କେନ୍ଦ୍ର ରାଜ୍ୟ ସରକାରମାନଙ୍କର ଯୁବ ବିରୋଧି ନିଯୁକ୍ତି ନିତୀ ଦେଶର ଅଗଣିତ ଯୁବ ଛାତ୍ର ମାନଙ୍କର ଶିକ୍ଷା ଓ ନିଯୁକ୍ତି ଦାବୀରେ ଆନେ୍ଦାଳନ ଜାରୀ ରହିବ । ତେଣୁ ଏହି ଆନେ୍ଦାଳନରେ ରାଜ୍ୟର ଯୁବ ଛାତ୍ର ମାନେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଯୁବ ଛାତ୍ର ନେତୃତ୍ୱମାନେ ନିବେଦନ କରିଥିଲେ ।
ସଙ୍ଗଠନର ରାଜ୍ୟ ସଭାପତି ସରୋଜ ନାୟକଙ୍କ ସଭାପତିତ୍ୱରେ ଡି.ୱାଇ.ଏଫ୍.ଆଇ. ର ରାଜ୍ୟ ସମ୍ପାଦକ ଯତୀନ୍ ମହାନ୍ତି, ଏସ୍.ଏଫ୍.ଆଇର ରାଜ୍ୟ ଆବାହକ ବିପ୍ଳବ ମିଶ୍ରଙ୍କ ସମେତ ଏସ୍.ଏଫ୍.ଆଇ. ର ପୂର୍ବତନ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଛାତ୍ରନେତା ପ୍ରଦୀପ୍ତ ନାୟକ, କୃଷକ ନେତା ଜମେଶ୍ୱର ସାମନ୍ତରାୟ, ପୂର୍ବତନ ଯୁବ ନେତା ପ୍ରଭାତ ପାଣିଗ୍ରାହୀ, ମହିଳାନେତ୍ରୀ ମିନତି ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
Related Stories
November 24, 2024
November 24, 2024