ଭୁବନେଶ୍ୱର/ଭୁବନେଶ୍ୱର, ନୟାଗଡ଼ରେ ଚାଞ୍ଚଲ୍ୟ । ଗୋଟିଏ ଘରେ ପଡ଼ିରହିଛି ବାପ ଝିଅଙ୍କ ମୃତଦେହ l ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେଇ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ l ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ନୟାଗଡ଼ ସହର ଦେବୋତ୍ତର ଲେନ-4ରେ ଦେଖିବାକୁ ମିଳିଛି ଏଭଳି ଘଟଣା l ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ l ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ 3 ମାସ ପୁର୍ବରୁ ଦ୍ୱିତୀୟ ବିବାହ କରିଥିଲେ l ସବୁ କିଛି ଠିକଠାକ ଥିଲା l ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ l ବାପ ଘରେ ୨ ଦିନ ରହି ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା l ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପରେ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ଛାନଭିନ କରୁଛି ।
Related Stories
November 21, 2024
November 21, 2024