ଭୁବନେଶ୍ୱର– ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ । ଭୁବନେଶ୍ୱର, ପୁରୀ, ଅନୁଗୋଳ, କଟକ, ବଲାଙ୍ଗିର ଜିଲ୍ଲା ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି । ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଥିଲେ ସୁନୀଲ ରାଉତ ।
ସୁନୀଲଙ୍କ ଭୁବନେଶ୍ୱର ନୀଳାଦ୍ରି ବିହାରରେ ଥିବା ତିନି ମହଲା ଘର, ନୟାପଲ୍ଲୀରେ ଦୁଇ ମହଲା କୋଠାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ସେହିପରି ପୁରୀ ଭିଆଇପି ରୋଡ୍ ଓ ଗ୍ରାଣ୍ଡ ରୋଡରେ ଫ୍ଲାଟ୍, କଟକ ଗୁରୁଡ଼ିଝାଟିଆ ସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଇଛି ।
ସୁନୀଲଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗିର ଘର ଓ ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ । ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ ଡ଼ିଏସପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି ।