ଭୁବନେଶ୍ଵର– ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୨୪.୨ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୧୧ ପ୍ରତିଶତ କମ୍ ରହିଛି । ଏହି ସମୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ଏଠାରେ ୮୯୯.୩ ମି.ମି. ବର୍ଷା ହୋଇଛି । ସେହିପରି ତିନି ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ସେହି ଜିଲ୍ଲାଗୁଡିକ ହେଲା କୋରାପୁଟ, ନୂଆପଡ଼ା, ବୌଦ୍ଧ । ଏହି ସମୟ ମଧ୍ୟରେ କୋରାପୁଟରେ ୬୩୦.୬ ମି.ମି., ନୂଆପଡ଼ାରେ ୫୭୫.୯ ମି.ମି., ବୌଦ୍ଧରେ ୫୦୭.୨ ମି.ମି. ବର୍ଷା ହୋଇଛି ।୧୪ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି । ଏବଂ ଅନ୍ୟ ୧୨ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 22, 2024