ୱାଂଶିଟନ– ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ଆମେରିକାର ଗୁଇନ୍ଦା ସେବାର ନିର୍ଦ୍ଦେଶକ କିଂବରଲେ ଚିଟଲ ନିଜ ଭୁଲ ସ୍ୱୀକାର କରି ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗୁଇନ୍ଦା ସେବାର ପୂର୍ବତନ ମୁଖ୍ୟ ଚିଟଲ ବିଭାଗର ସହଯୋଗୀଙ୍କୁ ଏକ ଇମେଲରେ ଏହି ସୂଚନା ଦେଇଛନ୍ତି । ଚିଟଲ ମଙ୍ଗଳବାର ଇମେଲରେ କହିଛନ୍ତି ଯେ, ମୁଁ ସୁରକ୍ଷା ତ୍ରୁଟି ପାଇଁ ନିଜକୁ ସଂପୂର୍ଣ୍ଣ ଦାୟୀ କରୁଛି । ନିକଟରେ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ଦୁଃଖ ମନରେ ମୁଁ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ନେଇ କଠିନ ନିଷ୍ପତ୍ତି ନେଇଛି । ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣା ପରେ ଗୁଇନ୍ଦା ସେବାର ଗୁରୁତର ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି ।