ମୁମ୍ବାଇ– ଅଜିଂକ୍ୟ ନାଇକ ମୁମ୍ବାଇ କ୍ରିକେଟ ଆସୋସିଏସନର ସବୁଠୁ ଯୁବ ଅଧ୍ୟକ୍ଷ ହୋଇଛନ୍ତି । ମଙ୍ଗଳବାର ଏମସିଏ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । 37 ବର୍ଷ ବୟସରେ ନାଇକ ମୁମ୍ବାଇ ବିଜେପି ମୁଖ୍ୟ ଓ ବିସିସିଆଇ କୋଷାଧ୍ୟକ୍ଷ ଆଶିଷ ସୋଲାରଙ୍କ ପ୍ରାର୍ଥୀ ସଂଜୟ ନାଇକଙ୍କୁ ନିର୍ବାଚନରେ 107 ଭୋଟରେ ହରାଇଛନ୍ତି । ଏମସିଏର ଏକ ବୟାନ ଅନୁସାରେ 335 ଭୋଟ ପଡିଥିବା ବେଳେ ଅଜିଂକ୍ୟଙ୍କୁ 221 ଭୋଟ ମିଳିଥିବା ବେଳେ ସଂଜୟଙ୍କୁ 114 ଭୋଟ ମିଳିଛି ।