କୁପୱାଡା– ସେନା ଉତର କଶ୍ମୀରର ସୀମାନ୍ତବର୍ତୀ ଜିଲ୍ଲାର କୁପୱାଡାରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେହିପରି ଜଣେ ଏନସିଓ ଅଧିକାରୀ ଆହତ ହୋଇଛନ୍ତି । ସେନା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି । କୁପୱାଡାର କୋଭୁତ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ମିଳିବା ପରେ ସେନା ଓ ଜମ୍ମୁକଶ୍ମୀର ପୋଲିସ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା । ଜୁଲାଇ 24ରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିଥିଲା ଏବଂ ସେନା ପକ୍ଷରୁ ଏହାର ଜବାବରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାପରେ ହୋଇଥିବ ଗୁଳି ବିନିୟମରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଏନସିଓ ଆହତ ହୋଇଛନ୍ତି । ଏବେ ଅପରେସନ ଜାରି ରହିଛି ।
Related Stories
November 25, 2024