
ଗଞ୍ଜାମ, ଵହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଜଳାତଙ୍କ ଵିଭାଗ ଡାକ୍ତରଙ୍କ କମିଶନ କାରଵାର ନେଇ ବହୁବାର ଅଭିଯୋଗ ସହ ଗଣମାଧ୍ୟମରେ ଅଭିଯୋଗ ହେଲେ ମଧ୍ୟ ଉଚ୍ଚ କତ୍ତୃପକ୍ଷ କାର୍ଯ୍ୟୁାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା। ବିଳମ୍ଵରେ ହେଲେ ମଧ୍ୟ ଊଚ୍ଚକର୍ତ୍ତୃପକ୍ଷଙ୍କ ଚେତା ପସିଛି । ନିରଞ୍ଜନ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଦୁଇଦିନ ପୂର୍ବରୁ କୁକୁର କାମୁଡି ଥିଲା। ସେ ଜଳାତଙ୍କ ଇଞ୍ଜେକସନ ନେବାକୁ ହସ୍ପିଟାଲଯାଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ନିର୍ଦ୍ଦିଷ୍ଟ ଦୋକାନରୁ ମେଡିସିନ କିଣିବାକୁ ଲେଖିଲେ। ଏହି ମେଡିସିନ କିଣି ଆଣିଲେ ହିଁ ଜଳାତଙ୍କ ଇଞ୍ଜେକସନ ଦିଆଯିଵ ଵୋଲି କହିଥିଲେ। ଏତେ ଦାମୀ ମେଡିସିନ ତଥା କୁକୁର କାମୁଡ଼ା ପାଇଁ ଅନାବଶ୍ୟକ ମେଡିସିନ ରୋଗୀ ଅକ୍ଷମତା ହୋଇ ମେଡିସିନ ନକିଣି ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଵା ପରେ ସୁପରିଟେଣ୍ଡଣ୍ଟ ଘଟଣାର ତଦନ୍ତ କରିବାକୁ କମ୍ୟୁନିଟ ମେଡିସିନ ବିଭାଗ ମୂଖ୍ୟଙ୍କୁ ଦାୟିତ୍ଵ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି।