ସାନଖେମୁଣ୍ଡି: ଦୀର୍ଘ ବର୍ଷର ବ୍ୟବଧାନ ପରେ ପୋଡାମାରି ସ୍ଥିତ ସାନଖେମୁଣ୍ଡି ରାଜବାଟି ଆଜି ଚଳଚଞ୍ଚଳ ହୋଇଥିବା ସହ ରାଜବାଟିରେ ସାନଖେମୁଣ୍ଡି ଅଞ୍ଚଳ ବାସୀଙ୍କ ସମାଗମ ଅଲୋଚ୍ୟର ବିଷୟ ହୋଇଥିଲା। ଯୁବରାଜ ବିର କିଶୋର ଦେବଙ୍କ ପକ୍ଷରୁ ରାଜବଂଶର ପ୍ରଡିକ ଦେବତା ଜଗନ୍ନାଥଙ୍କ ଠାରେ ପହଲି ଭୋଗ ଲାଗି କରାଯିବା ସହ ରାଜବାଟି ପରିସରରେ ଅଞ୍ଚଳବାସୀଙ୍କୁ ପହିଲିର ବ୍ୟଞ୍ଜନ ପ୍ରସାଦ ପ୍ରଦାନ ସହ ବନ୍ଧୁମିଳନ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପୂର୍ବରୁ ରାଜା ସାହେବ ଡ଼ଃ. ଉଦୟ ନାରାୟଣ ଦେବ ବିଭିନ୍ନ ଯାନିଯାତ୍ରା ପର୍ବପର୍ବାଣି ସମତେ ରାଜନୈତିକ କାର୍ଯ୍ୟକ୍ରମ ରାଜବାଟିରେ କରିବା ସହ ଅଞ୍ଚଳବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ୩ଥର ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସଂପ୍ରତି ଯୁବରାଜ ବୀର କିଶୋର ମଧ୍ୟ ଏହି ଧାରାକୁ ଆଗେଇ ନେବା ସହ ରାଜପ୍ରଥା ପରମ୍ପରା ଯାନିଯାତ୍ରା ଆଦି କାର୍ଯ୍ୟକ୍ରମରେ ନିୟୋଜିତ କରୁଥିବା ବେଳେ ବିଜେଡି ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପଦବୀରେ ମଧ୍ୟ ଅଛନ୍ତି। ରାଜତନ୍ତ୍ର ଶାସନର ବିଲୋପ ସହ ରାଜବାଟି ଭଗ୍ନାବସ୍ତାରେ ଥିଲେ ମଧ୍ୟ ରାଜବଂଶ ଓ ରାଜ ପରିବାର ପ୍ରତିଥିବା ଆନୁଗତ୍ୟ ଓ ଶାସକ ବିଜେଡି ଦଳର ସଙ୍ଗଠନକୁ ସେ ମୁଖ୍ୟ ଅସ୍ତ୍ର ଭାବେ ଗ୍ରହଣ କରି ସାନଖେମୁଣ୍ଡି ରାଜନୀତିରେ ସ୍ୱତନ୍ତ୍ର ଭବିଷ୍ୟତର କ୍ଷେତ୍ର ପ୍ରସ୍ତୁତି କରୁଥିବା ଆଜିର ସମାଗମରେ ପ୍ରତିପାଦିତ ହୋଇଛି। ରାଜବାଟିରେ ଯୁବରାଜଙ୍କ ଦ୍ୱାରା ଅୟୋଜିତ ପହିଲିର ଭୋଗ କାର୍ଯ୍ୟକ୍ରମରେ ଅଂଚଳର ତୁଙ୍ଗ ରାଜନୈତିକ ନେତା ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ପୂର୍ବତନ ବ୍ଲକ ଅଧକ୍ଷ ବୃନ୍ଦାବନ ପାତ୍ର, ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ବାଇଁ, ବ୍ଲକ ବିଜେଡି ସଭାପତି ଧୋବା ସ୍ବାଇଁ, ସମିତି ସଭ୍ୟ ଇ. ମାଧବ ରାଓ ଦୋରା, ତୋଫାନ ସ୍ବାଇଁ, ସଂଗ୍ରାମ କେଶରୀ ବିଷୋୟୀ, ସରପଞ୍ଚ ସୂର୍ଯ୍ୟନାରାୟଣ ଦଳ ବେହେରା, ଗଙ୍ଗାଧର ପାତ୍ର, ଜଗନ୍ନାଥ ନାୟକ, ଅରକ୍ଷିତ ମଣ୍ଡଳ, ଏ. କୈଳାଶ ପାତ୍ର, ସୀମାଞ୍ଚଳ ଗୌଡ଼, ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ଭଗବାନ ପ୍ରଧାନ, ବାବୁ ପ୍ରଧାନଙ୍କ ସମତେ ବହୁ ବିଜେଡି ନେତା ଉପସ୍ଥିତ ଥିବା ବେଳେ ଅଞ୍ଚଳର ବହୁ ଶିକ୍ଷାବିତ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ତେବେ ଏହା କୌଣସି ଦଳୀୟ ନୁହେଁ ବରଂ ପହିଲି ଭୋଗ କାର୍ଯ୍ୟକ୍ରମରେ ଯୁବରାଜଙ୍କ ନିମନ୍ତ୍ରଣ କ୍ରମେ ଯୋଗ ଦେଇଥିବା କୁହାଯାଇଥିଲା। ତେବେ ଦୀର୍ଘ ଦିନ ପରେ ରାଜବାଟିରେ ହୋଇଥିବା କାର୍ଯ୍ୟକ୍ରମରେ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପଞ୍ଚାୟତରୁ ଲୋକଙ୍କ ସମାଗମ ଯୁବରାଜ ବିର କିଶୋରଙ୍କ ରାଜନୈତିକ ଭବିଷ୍ୟତକୁ ସୁଚଉଥିବା ପ୍ରକାଶ ପାଉଥିବା ବେଳେ ରାଜବଂଶ, ରାଜ ପରମ୍ପରାକୁ ଧାରାବାହିକ ଭାବେ ବଜାୟ ରଖିବା ଓ ଜଣ ସମ୍ପର୍କ ରକ୍ଷା ପାଇଁ ପାରମ୍ପରିକ ଭାବେ ଏଭଳି ଆୟୋଜନ ହୋଇଥିଲା ବୋଲି ଯୁବରାଜ ପ୍ରକାଶ କରିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।