ଭୁବନେଶ୍ୱର/ରାୟଗଡା– ଖୋଲିଲା ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି । ୪ ମାସର ବ୍ୟବଧାନ ପରେ ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ଖୋଲା ଯାଇ ଗଣତି ଆରମ୍ଭ ହୋଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରାଇ ସିଂ ବିଡ଼ିକା, ସଦସ୍ୟ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଛି । ୯ଟି ହୁଣ୍ଡିର ଦାନ ଅର୍ଥ ଗଣତି କର୍ଯ୍ୟରେ ମହିଳା ସେଚ୍ଛାସେବୀ ସଂଗଠନର ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ପ୍ରାୟ 200 ସେଚ୍ଛାସେବୀ ମହିଳା ଗଣତି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି ।
Related Stories
November 22, 2024