ଭୁବନେଶ୍ୱର/ସମ୍ବଲପୁର– ସମ୍ବଲପୁରରେ ବଡ ଆନ୍ତଃରାଜ୍ୟ ଡକାୟତି ଦଳର ପର୍ଦ୍ଦାଫାଶ ହୋଇଛି । ସମ୍ବଲପୁର ପୋଲିସ ବଡ ଆନ୍ତଃରାଜ୍ୟ ଡକାୟତି ଦଳକୁ ଗିରଫ କରିଛି । ୧୬ ତାରିଖ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ଠାରେ ହୋଇଥିବା ରାଇସ ମିଲ ଡକାୟତି ଘଟଣାରେ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ତେବେ ଏହି ଡକାୟତ ମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୪ଟି ଡକାୟତି କରିଥିଲେ l ପୋଲିସର ସ୍ୱତନ୍ତ୍ର ଟିମ ଏହି ଡକାୟତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲେ । ପୋଲିସ ସମ୍ବଲପୁରର ବିଭିନ୍ନ ରାଇସମିଲରେ ହୋଇଥିବା ଡକାୟତି ମାନଙ୍କୁ ଅନୁଧ୍ୟାନ କରି, ବିଭିନ୍ନ ସିସିଟିଭି ଯାଞ୍ଚ କରିଥିଲେ । ଏହାପରେ ଏହି ଡକାୟତ ମାନେ ଆଉ ଏକ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ମୁଣ୍ଡୋଘାଟ ନିକଟରେ ମାଡି ବସିଲା । ଏହି ଡକାୟତି ଘଟଣାରେ ୧୦ ଜଣ ଡକାୟତ ଗିରଫ ହୋଇଥିବା ବେଳେ, ୪୮୦ ଗ୍ରାମ ସୁନା, 165 ଗ୍ରାମ ରୁପା ଅଳଙ୍କାର , ୫ ଲକ୍ଷ ୧୨ ହଜ଼ାର ଟଙ୍କା, ୧୧ଟି ମୋବାଇଲ , ୫ ବାଇକ୍ ଜବତ , ୨ ବୋଲେରୋ ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି ବୁର୍ଲା ପୋଲିସ । ଏହା ପୂର୍ବରୁ ବରଗଡ଼, ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜ଼ିଲ୍ଲାରେ ମଧ୍ୟ ଏମାନେ ଅପରାଧ କରିଥିବା ଏସପି ମୁକେଶ ଭାମୁ କହିଛନ୍ତି ।
Related Stories
November 22, 2024