ନୂଆଦିଲ୍ଲୀ-ବୁଧବାର ବିରୋଧୀମାନେ ବିରୋଧୀ ଦଳ ଶାସିତ ରାଜ୍ୟକୁ ବଜେଟରେ ଅଣଦେଖା କରାଯାଇଥିବା ବିରୁଦ୍ଧରେ ସଂସଦ ଭବନରେ ପ୍ରଦର୍ଶନ କରିଛନ୍ତି । ବିରୋଧୀ ଇଂଡି ମେଂଟରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ବାମଦଳ ଓ ଅନ୍ୟ ବିରୋଧୀ ଦଳଗୁଡିକର ନେତା ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ନେତା ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା ସଂସଦର ମକର ଦ୍ୱାର ବାହାରେ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କେନ୍ଦ୍ରୀୟ ବଜେଟରେ କାହାକୁ କିଛି ମିଳିନି । କଂଗ୍ରେସ ନେତା ଗୌରବ ଗୋଗେଇ କହିଛନ୍ତି ଯେ, ବଜେଶ ନିରାଶଜନକ ଅଟେ, ଏଥିରେ ଦେଶର ଲୋକଙ୍କ ପାଇଁ କିଛି ନାହିଁ । ରାଘବ ଚଡ୍ଡା କହିଛନ୍ତି ଯେ, ଏହି ବଜେଟ ଦେଶର ପ୍ରତିବର୍ଗଙ୍କୁ ନିରାଶ କରିଛି ।