ଭୁବନେଶ୍ବର, ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ହଟ୍ଟଗୋଳ ପରେ ବିଜେପି ବିଧାୟକ ବାବୁ ସିଂ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି ।
ବିଧାନସଭା ପରିସରରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ସିଂହ କହିଛନ୍ତି, ବିଜେଡି ଗୃହ ଚଳାଇ ଦେଉ ନାହିଁ । ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ବାବୁ ସିଂ କହିଛନ୍ତି, ଆଜି ଯେଉଁ କଥା କହୁଛନ୍ତି, ଶାସନରେ ଥିଲା ବେଳେ କରୁ ନ ଥିଲେ କାହିଁକି? ମାହାଙ୍ଗା ଡବଲ ମର୍ଡର ଘଟଣାର ୧୩ ନଂ ମୁଦାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ କାହିଁକି ବୋଲି ବାବୁ ସିଂହ ପ୍ରଶ୍ନ କରିଛନ୍ତି। ଅନେକ ବିଧାୟକ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହେଉଛନ୍ତି।ସେମାନେ ନିଜ ଅଞ୍ଚଳ କଥା ବିଧାନସଭାରେ ଉଠାଇବେ। ତାହା କରିବାକୁ ନଦେଇ ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି।
ଉଲ୍ଲେଖଯୋଗ୍ୟ, ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଲେ ବିଜେଡି ସଦସ୍ୟ। ଏହାପରେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପୁଣି ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ରଖାଯାଇଛି।