ଭଞ୍ଜନଗର – ଚଳିତ 71 ତମ ସାଧାରଣ ଦିବସ ଭଞ୍ଜନଗର ଉପଖଣ୍ଡ ସ୍ତରରେ ଧୁମଧାମ ରେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଯାଇଛି | ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଭଞ୍ଜନଗର ତହସିଲଦାର ଶ୍ରୀ ଆଲୋକ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ | ବୈଠକ ନିଷ୍ପତି ଅନୁଯାୟୀ ପ୍ରାପ୍ତ 5 ଘଟିକା ସମୟରେ ସହରରେ ରାମଧୂନା ପ୍ରଚାର , ସକାଳ 7 ଘଟିକା ସମୟରେ ସରକାରୀ ଏବଂ ବେସରକାରୀ ମାନଙ୍କରେ ଜାତୀୟ ପତାକା ଉତ୍ତଳୋନ କରାଯିବ | ସକାଳ ଘ. 8.30 ମି ସମୟରେ ସ୍ଥାନୀୟ ଜେଲ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ପ୍ୟାରେଡ଼ ରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବେ | ପ୍ୟାରେଡ଼ ରେ ସର୍ବମୋଟ 20 ଟି ଟ୍ରୁପ ଅଂଶଗ୍ରହଣ କରିବାରେ ସମ୍ମତି ପ୍ରକାଶ କରିଛନ୍ତି | ପ୍ୟାରେଡ଼ ର ପୂର୍ବଅଭ୍ୟାସ ଆସନ୍ତା 23.01.2020 ଏବଂ 24.01.2020 ରେ ଅନୁଷ୍ଠିତ ହେବ | ବିଭିନ୍ନ ବିଦ୍ୟାଳୟ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ | ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଥମ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ତରଫରୁ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ୟୁ. ବି ହାଇସ୍କୁଲ ଠାରେ ଅୟୋଜନ କରାଯିବ | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ସମାଜ ସେବୀ ଶୂଳପାଣି ଶତପଥୀ, ବାଣିଜ୍ୟ ସଂଘର ସଭାପତି ସୁଶାନ୍ତ ମହାପାତ୍ର, ମଧୁସୂଦନ ଟ୍ରଷ୍ଟ ର ସୁନୀଲ ପଟ୍ଟନାୟକ, ମୁରଲୀ ପଣ୍ଡା ସମେତ ବିଭିନ୍ନ ବିଭାଗୀୟଅଧିକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ , ସମସ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଏବଂ ଜନସାଧାରଣ ଉପସ୍ଥିତ ଥିଲେ |

Related Stories
November 23, 2024